ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ସରୋଜ ସାମଲଙ୍କ ପିତା ରସାନନ୍ଦ
ସାମଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଖବର
ବିଷୟରେ ଜାଣି ସେ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ମିଶି ପାଇକମାଲ ସ୍ଥିତ ତାଙ୍କ ବାସଭବନ ଗସ୍ତ
କରି ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏଥିସହ ୮୨ ବର୍ଷୀୟା ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା
ପଚାରି ବୁଝିବା ସହ ତାଙ୍କର ଆରୋଗ୍ୟ ଜୀବନ କାମନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
