ଉଜ୍ଜୟିନୀ, 24 ଅଗଷ୍ଟ (ହି.ସ.)- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ମଧ୍ୟପ୍ରଦେଶର ଉଜ୍ଜୈନ
ସ୍ଥିତ ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି।
ସେ ଗର୍ଭଗୃହର ଦ୍ୱାରରୁ ଭଗବାନ ମହାକାଳଙ୍କ ପୂଜା-ଅର୍ଚନା କରିଥିଲେ ଏବଂ ମନ୍ଦିରର ନନ୍ଦୀ ହଲ୍ରେ
ବସି ଧ୍ୟାନ କରିଥିଲେ। ଏହି ସମୟରେ ସେ ତାଙ୍କ ରାଜ୍ୟବାସୀଙ୍କ ସମସ୍ତ ସୁଖ-ସମୃଦ୍ଧି ପାଇଁ କାମନା
କରିଥିଲେ।
ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ସକାଳେ ଉଜ୍ଜୈନରେ ପହଞ୍ଚିଥିଲେ। ସେଠାରେ ସେ
ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଦର୍ଶନ କରି ପୂଜନ କରିଥିଲେ। ମନ୍ଦିରର ପୁଜାରୀମାନେ
ମନ୍ତ୍ରୋଚ୍ଚାରଣ ସହିତ ପୂଜା କରାଇଥିଲେ। ସିନ୍ଦେ ମନ୍ଦିରର ସଭାମଣ୍ଡପରେ ବିରାଜିତ ଭଗବାନ
ବୀରଭଦ୍ରଙ୍କ ମଧ୍ୟ ଦର୍ଶନ କରିଥିଲେ। ମନ୍ଦିର ପ୍ରବନ୍ଧ ସମିତି ପକ୍ଷରୁ ସହାୟକ ପ୍ରଶାସକ ଆଶିଷ
କଲୱାଡିଆ ତାଙ୍କୁ ପ୍ରସାଦ ଦେଇଥିଲେ ଓ ଉତରୀୟ ଦେଇ ସ୍ବାଗତ କରିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
