କନ୍ଧମାଳ, ୧୫ ଜାନୁଆରୀ (ହି.ସ.) – ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ଓଡିଶା ସଙ୍ଗୀତ ଓ ନାଟକ ଏକାଡେମୀ ପକ୍ଷରୁ ଓଡିଶା ନାଟ୍ୟ ସଂଘ ସହାୟତାରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନାଟ୍ୟ ସଂସ୍ଥା” ବନାନୀ କଳା ସଙ୍ଗମ” ତରଫରୁ ଆଧ୍ୟାତ୍ମିକ ନାଟକ” ଭିନ୍ନ ଏକ ଦେବଦାସୀ” ମଞ୍ଚସ୍ଥ ହେବ।
ଶ୍ରୀ ଜଗନ୍ନାଥ ସଂସ୍କୃତି ଓ କଥାବସ୍ତୁ ସମ୍ବଳିତ ଏହି ନାଟକ ”ବନାନୀ” ର ବିଂଶତମ ଅବଦାନ ଅଟେ। ପ୍ରଦର୍ଶିତ ହେବାକୁ ଥିବା ଏହି ନାଟକକୁ ବନ୍ଧୁ ବର୍ଗଙ୍କ ସହ ଉପଭୋଗ କରିବା ପାଇଁ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଓ ଡ. ଅରୂପ ଜେନା, ସଭାପତି, ଅନୁରୋଧ କରିଛନ୍ତି।
ନାଟକରେ ଯୁଧିଷ୍ଠିର ମହାନ୍ତି, ସୁର ପ୍ରସାଦ ନାୟକ, ସୁକାନ୍ତ ବେହେରା, ବିନୋଦ ସାହୁ, ବିଭୂତି ଭୂଷଣ ପଣ୍ଡା, ପ୍ରମୋଦ କୁମାର ଦଣ୍ଡସେନା, ଶ୍ରୀକାନ୍ତ ସାହାଣୀ, ମଞ୍ଜୁ ଲତା ନାୟକ, ଚନ୍ଦନ ନାୟକ ଓ ପ୍ରଫୁଲ୍ଲ ବେହେରା ପ୍ରମୂଖ ଅଭିନୟ କରୁଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭାତ କୁମାର ଦାସ ଓ ବରିଷ୍ଠ ଆଇନଜିବି ବିଜୟ କୃଷ୍ଣ ପଟନାୟକ l ସେହିପରି ସଙ୍ଗୀତ ଓ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିନୋଦ କୁମାର ସାହୁ।
ମୁଖ୍ୟ ବ୍ୟବସ୍ଥାପକ ଭାବେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ରହିଥିବା ବେଳେ ଦିଗଦର୍ଶନ ଦେଇଛନ୍ତି ଡ ଅରୂପ ଜେନା, ସେହିପରି ପରିଚାଳନା ଦାୟିତ୍ଵ ରେ ସମାଜସେବୀ ଅଶୋକ ପରିଡା ରହିଥିବା ସାଧାରଣ ସମ୍ପାଦକ ସୁନୀଲ ପଟନାୟକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର /ପ୍ରଶାନ୍ତ /ସ୍ୱାଗତିକା/ସମନ୍ୱୟ
