
ଭୁବନେଶ୍ୱର, 15 ଜାନୁଆରୀ (ହି.ସ.) ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵ ପ୍ରସିଦ୍ଧ ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଭଗବାନ କୃଷ୍ଣଙ୍କ ମଥୁରା ଯାତ୍ରାର ମହାନ ଗାଥାକୁ ଏହା ପ୍ରଦର୍ଶିତ କରିଆସୁଛି। ଆମ କଳା ଓ ପରମ୍ପରାର ଏହା ହେଉଛି ଅନନ୍ୟ ପ୍ରତୀକ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
