ନୂଆଦିଲ୍ଲୀ, 15 ଜାନୁଆରୀ (ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜିଠାରୁ ତିନି ଦିବସୀୟ ମେଘାଳୟ ଓ ଆସାମ ଗସ୍ତ କରିବେ । ସେ ଆଜି ତୁରାର ପିଏ ସଙ୍ଗମା ଷ୍ଟାଡିୟମର ମେଘାଳୟ ଖେଳର ଉଦଘାଟନ କରିବେ । ସୋ ମଙ୍ଗଳବାର ଦିନ କୋତୁରାର ବାଲଜେକ ଏୟାରପୋର୍ଟରେ ଏସଏଚଜି ସମୂହର ସଦସ୍ୟଙ୍କୁ ସମ୍ବୋଧିତ କରିବେ । ଏହାସହିତ ଭର୍ଚଆଲରେ ତୁରାରେ ନୂଆ ଏକିକୃତ ପ୍ରଶାସନ ପରିସରର ଶିଳାନ୍ୟାସ କରିବେ ।
ପିଆଇବି ପକ୍ଷରୁ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ବନ୍ଧରେ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ରାଷ୍ଟ୍ରପତି ମଙ୍ଗଳବାର ଦିନ ମାଭଫଲାଙ୍ଗରେ ଏକ ସଭାକୁ ସମ୍ବୋଧିତ କରିବେ । ଏହାସହିତ ଭର୍ଚୁଆଲରେ ଉନ୍ନତ ରୋଙ୍ଗଜେଙ୍ଗ ମାଙ୍ଗସାଙ୍ଗ ଏଡୋକଗ୍ରେ ରୋଡ ଓ ମୌରାଙ୍ଗ ରାନିଗୋଡାଉନ ଅଜରା ରୋଡର ଉଦଘାଟନ କରିବେ ।
ରାଷ୍ଟ୍ରପତି ଶିଲାଙ୍ଗା ପିକ ରୋପ-ୱେ ଓ କୋଙ୍ଗଥୋଙ୍ଗ, ମାଭଲିଙ୍ଗୋଟ ଓ କୁଡେନଗ୍ରିମ ଗାଁରେ ପର୍ଯ୍ୟଟକ ଆବାସ ପାଇଁ ଆଧାରଶିଳା ରଖିବେ । ସନ୍ଧ୍ୟାରେ ରାଷ୍ଟ୍ରପତି ଶିଲାଙ୍ଗର ରାଜଭବନରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଭାଗ ନେବେ । ଏହି ସମାରୋହ ମେଘାଳୟ ସରକାର ତାଙ୍କ ସମ୍ମାନରେ ଆୟୋଜିତ କରିଛନ୍ତି । ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁୟାରୀ 17ରେ ଆସାମର ତାରାଲାଙ୍ଗସୋ, ଦୀଫୁରେ କାର୍ବି ଯୁବ ମହୋତ୍ସବର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଭାବ ନେବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
