
ଭୁବନେଶ୍ୱର, 1 ନଭେମ୍ବର (ହି.ସ.) ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ମିଳିଲା ମହଲତ । ୨ ସପ୍ତାହ ମହଲତ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ଟାଇମ୍ ପିଟିସନ ଉପରେ ଶୁଣାଣି କରି ୨ ସପ୍ତାହ ମହଲତ ଦେଇଛନ୍ତି କୋର୍ଟ । ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । 18 ତାରିଖରେ 205 ପିଟିସନ ଓ 210 ପିଟିସନ ଉପରେ ଶୁଣାଣି ହେବ । ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ଥିବା ଦର୍ଶାଇ ସମୟ ମାଗିଥିଲେ ଓକିଲ । ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବାକୁ ଆବେଦନ କରିଥିଲେ ପ୍ରତାପ ଜେନା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
