
ଜୟପୁର, ୧୯ ଅଗଷ୍ଟ (ହି.ସ.)- ଚୋରି ମାମଲାରେ ୨ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ହାଟପଦାର ରିଙ୍କୁ ବେନିୟା (୨୩), ବାବୁ ସୁନିରି କୋଲନି ମୁନିଗୁଡା ସୁଶାନ୍ତ ପନ୍ଦପାନ (୨୮) । ସୂଚନା ଅନୁଯାଇ, ଜୟପୁର ପାଓାର ହାଉସ ଅଞ୍ଚଳର ବାବୁଜି ପଟ୍ଟନାୟକ ଲିଖିତ ଅଭିଯୋଗ କରିଥିଲେ । ସେ ଜଣେ ବ୍ୟବସାୟି ହୋଇଥିବା ବେଳେ ଗତ୨.୮.୨୫ ତାରିଖରେ ହାଇଦ୍ରାବାଦରେ ରହୁଥିବା ଝିଅ ଘରକୁ ଯାଇ ଥିଲେ । ୭.୮.୨୫ ରେ ତାଙ୍କ ପଡୋଶି ସୂଚନା ଦେଲେ ତାଙ୍କ ଘରେ ଚୋରି ହୋଇଛି । ସୂଚନା ଆଧାରରେ ପହଞ୍ଚି ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ ଆଧାରେ ଜାଣିବାକୁ ପାଇଲେ ଅଭିଯୁକ୍ତ ରିଙ୍କୁ ବେନିଆ ଓ ସହଯୋଗି ସୁଶାନ୍ତ କନ୍ଦପାନ ଚୋରି କରିଥିଲେ । ସୁନା ରୁପା ଗହଣା ସହ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ ଙ୍କ ଘର ଉପରେ ଚଢାଉ କରି ଚୋରି ସାମଗ୍ରୀ ଜବତ କରିଛି । ଅଭିଯୁକ୍ତ ମାନେ ଦଶମନ୍ତପୁରର ବଦଳିକୁଡୁମାରେ ଚୋରି କରିଥିବା ପୋଲିସ ତଦନ୍ତୁ ଜାଣିବାକୁ ପାଇଛିା । ଅଭିଯୁକ୍ତ ମାନେ କାର ରେ ବ୍ୟବହାର କରି ଚୋରି କରୁଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ସୁନା ବିସକୁଟ, ସୁନା କାନ ଫୁଲ, ୨ଟି ରୁପା ଦୀପ ଷ୍ଟାଣ୍ଡ, ୨ଟି ରୁପା ରୁପା ପ୍ଲେଟ, ଢାଳ, ୨୦ ହଜାର ଟଙ୍କା, ଗୋଟିଏ ପଲସର ବାଇକ, କାର,୨ଟି ଲୁହା ରଡ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି
