
ନୂଆଦିଲ୍ଲୀ, 1 ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4.30ମିନିଟରେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ଭାରତର ଏସୀୟ ପାରା ଗେମ୍ସ ଟିମକୁ ସମ୍ବୋଧିତ କରିବେ । ଏସୀୟ ପାରା ଗେମ୍ସରେ ଦମଦାର ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବେ ପିଏମ ମୋଦି । ଏହାସହିତ ଭବିଷ୍ୟତ କ୍ରୀଡା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବେ ।
ଏସୀୟ ପାରା ଗେମ୍ସରେ ଭାରତୀୟ ଟିମ୍ 29ଟି ସ୍ୱର୍ଣ୍ଣ ପଦକ ସହ ମୋଟ 111ଟି ପଦକ ଜିତିଛି ।
ଏହି କାର୍ଯ୍ୟକ୍ରମରେ ଖେଳାଳି, ସେମାନଙ୍କ କୋଚ୍, ଭାରତୀୟ ପାରା ଅଲମ୍ପିକ ସମିତି ଏବଂ ଭାରତୀୟ ଅଲମ୍ପିକ ସଂଘର ପଦାଧିକାରୀ, ଜାତୀୟ ଖେଳ ମହାସଂଘର ପ୍ରତିନିଧି ଓ ଯୁବ କାର୍ଯ୍ୟକ୍ରମ ଏବଂ କ୍ରୀଡା ମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ରହିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
