
ନୂଆଦିଲ୍ଲୀ, 4 ଡିସେମ୍ବର (ହି.ସ.)ଆଜି ନୌସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ‘ଶଂ ନୌ ବରୁଣଃ’ । ଭାରତୀୟ ନୌସେନା ଦିବସ ଅବସରରେ ଦେଶର ସାମୁଦ୍ରିକ ସୀମାର ରକ୍ଷା କରୁଥଥିବା ସମସ୍ତ ପରାକ୍ରମୀ ଓ ବୀର ନୌସୈନିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ସେମାନଙ୍କର ଅଦମ୍ୟ ସାହସ, ଶୌର୍ଯ୍ୟ ଏବଂ ବୈଭବଶାଳା ପରମ୍ପରାକୁ ପ୍ରଣାମ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
