• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଅନୁଗୋଳ ଛେଣ୍ଡିପଦାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Regional

ଅନୁଗୋଳ ଛେଣ୍ଡିପଦାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

CliQ INDIA
Last updated: July 4, 2025 9:50 am
CliQ INDIA
Share
3 Min Read
SHARE

ଛେଣ୍ଡିପଦା/ଅନୁଗୋଳ, ଜୁଲାଇ ୦୩ – ଆମ ସରକାରରେ ଜନସେବାକୁ ଅଗ୍ରାଧିକାର ମିଳିଛି । ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ତ୍ୱରିତ ପଦକ୍ଷେପ ନିଆଯାଉଛି । ସରକାର ଏବଂ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର କଟିବଦ୍ଧ ବୋଲି ଗୁରୁବାର ଅନୁଗୋଳ ଛେଣ୍ଡିପଦାରେଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳକୁ ବିକାଶର ପଥରେ ଆଗେଇ ନେବା ପାଇଁ ଡବଲ ଇଞ୍ଜିନ ସରକାରର ପ୍ରାୟ ୪୪.୮୮ କୋଟି ମୂଲ୍ୟର ୩୪ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮.୯ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ । ଜନସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରରେ ନିର୍ବାଚନ ସମୟରେ ଦିଆଯାଉଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି । ଆଜି ଏହି ଲକ୍ଷ୍ୟରେ ୫୩ କୋଟି ଟଙ୍କା ମୂଲ୍ୟର ୫୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ଘର, ସୁଭଦ୍ରା ଯୋଜନାରେ ନାରୀ ସଶକ୍ତିକରଣ, ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି, ଲକ୍ଷପତି ଦିଦି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଭଳି ଆଦି ଅନେକ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଅନୁଗୋଳ ସମେତ ଓଡ଼ିଶାବାସୀ ଉପକୃତ ହେଉଛନ୍ତି । ଲୋକମାନେ ବିନା ହାତଗୁଞ୍ଜାରେ ସରକାରୀ ସହାୟତା ପାଉଛନ୍ତି । ମଧ୍ୟସ୍ଥିର ବିନା ସହାୟତାରେ ଲୋକଙ୍କ ଆକାଉଣ୍ଟକୁ ପାରଦର୍ଶୀ ଉପାୟରେ ଟଙ୍କା ପହଞ୍ଚୁଛି ।

ଅପାର ସମ୍ଭାବନାର ଅଞ୍ଚଳ ହେଉଛି ଅନୁଗୋଳ । ରାଜ୍ୟର ସର୍ବବୃହତ ଖଣି ଅଞ୍ଚଳ ସହ ଅନୁଗୋଳର ଐତିହାସିକ ପଟ୍ଟଭୂମି, ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ସଂଗ୍ରାମ, ପ୍ରଜାମଣ୍ଡଳ ଆନ୍ଦୋଳନ, ଅନୁଗୋଳ ଜିଲ୍ଲା ଗଠନ, ମହାତ୍ମା ଗାନ୍ଧୀଙ୍କ ଅନୁଗୋଳ ଆଗମନ, ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ଏକତ୍ରିକରଣ ଆଦିରେ ଅନୁଗୋଳର ସୁଦୀର୍ଘ ଇତିହାସ ରହିଛି । ସେହି ଅନୁଗୋଳ ଜିଲ୍ଲାରେ ଥିବା ଲୋକମାନଙ୍କୁ ମୌଳିକ ସୁବିଧା ସହ ସେମାନଙ୍କୁ ବାସଗୃହ, ପାନୀୟ ଜଳ, କୃଷି ଓ ଜଳସେଚନ ସୁବିଧା, ସ୍ୱାସ୍ଥ୍ୟସେବା, ରୋଜଗାର ପ୍ରଦାନ କରିବା ସହିତ ଏଠାରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଶିଳ୍ପର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବଦ୍ଧ ପରିକର । ଶ୍ରୀ ପ୍ରଧାନ ସମବେତ ଜନସାଧାରଣଙ୍କୁ ପରିବେଶ ପ୍ରତି ଯତ୍ନ ନେବା ପାଇଁ ଗଛ ଲଗାଇବା ସହ ଲୋକଙ୍କ ଅଧିକାରକୁ ଅଗ୍ରାଧିକାର ଦେବା ଉପରେ ମତପ୍ରକାଶ କରିଥିଲେ । ସବୁ ବର୍ଗର ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଆଗେଇ ଆସିବା ପାଇଁ ସେ ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି ।

କୋଶଳା-ଛେଣ୍ଡିପଦା ଭାୟା ବ୍ରାହ୍ମଣବିଲ, ଚାଙ୍ଗୁଡିଆ ରାସ୍ତାର ଉନ୍ନତିକରଣ, ଏଚଏନ-୫୫ ଠାରୁ ପଥରଗଡ଼ ଭାୟା ପଳାସନଳା, କଞ୍ଜରା ରାସ୍ତାର ଉନ୍ନତିକରଣ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସନ୍ତରାବନ୍ଧର ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ, ନୂଆପଡ଼ା-ବଡବେରେଣା ଭାୟା ସାଲଖମଣ ରାସ୍ତାର ଉନ୍ନତିକରଣର ଆଦି ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ ବାଗେଡିଆ ଠାରୁ ଶିମିଳିପାଳ ରାସ୍ତାର ଉନ୍ନତିକରଣ ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ନିର୍ମାଣ ଶ୍ରମିକ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ତୋଳାଳୀ, ଆୟୁଷ୍ମାନ କାର୍ଡ, ବସୁନ୍ଧରା ପଟ୍ଟା, ଶ୍ରୀ ଅନ୍ନ ଅଭିଯାନ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କିଷାନ କ୍ରେଡିଟ୍ ଆଦି ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ରାଶି ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ଗୃହରେ ପୁରୀବାସୀଙ୍କ ଶ୍ରୀମନ୍ଦିରରେ ଦର୍ଶନ ସମସ୍ୟା ପ୍ରସଙ୍ଗ ଉଠିଲା
କନିଷ୍ଠ ଶିକ୍ଷକ ମାନେ ଆନ୍ଦୋଳନ ଛାଡି ସ୍କୁଲ ଫେରିବାକୁ ଅପିଲ କଲେ ଶିକ୍ଷା ମନ୍ତ୍ରୀ
ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ବାଧ୍ୟତାମୂଳକ ହେଉ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ସୋସିଆଲ ମିଡ଼ିଆରେ ଉତେଜନାମୂଳକ ପୋଷ୍ଟ ସମ୍ପର୍କରେ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ
Next Article ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାରରେ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?