ଭୁବନ, ୭ ଜୁଲାଇ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଗ୍ରାମପଞ୍ଚାୟତ ସଭାଗୃହରେ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣୀ ଶିବିରରେ ସମୁଦାୟ ୪୭ଟି ଅଭିଯୋଗ ଦାଖଲ ହୋଇଥିଲା ବେଳେ ସେଥିରୁ ୩୭ଟି ବ୍ୟକ୍ତିଗତ ( ବାର୍ଦ୍ଧକ୍ୟ/ବିଧବା/ଭିନ୍ନକ୍ଷମ, ଆବାସ ଯୋଜନା) ଅଭିଯୋଗ, ୮ଟି ଗ୍ରାମ ସମସ୍ୟା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଦୁଇଟି ଅଭିଯୋଗ ଦାଖଲ ହୋଇଥିଲା। ଦୁଇ ଜଣଙ୍କୁ ସିଏମଆରଏଫ୍ ରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ, ଭୁବନ ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ଶୁଣାଣୀ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
