କେନ୍ଦୁଝର, 30 ନଭେମ୍ବର (ହି.ସ.)ପ୍ରସୂତିଙ୍କ ମୃତ୍ୟୁ ନେଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ପ୍ରକାଶ ପାଇଛି। ରୋଗୀଙ୍କ ପରିବାରଙ୍କ ପକ୍ଷରୁ ପ୍ରବଳ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରୁଛି ।
ସୂଚନା ଅନୁସାରେ ଶନିବାର ସକାଳ ତୁରୁମୁଙ୍ଗାର ପିଙ୍କି ସାହୁ ଯନ୍ତ୍ରଣା ହେବାରୁ କେନ୍ଦୁଝର ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସଂଧ୍ୟାରେ ଅପରେସନ ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ରାତି ୧୨ଟା ବେଳକୁ ପ୍ରବଳ ଯନ୍ତ୍ରଣା ଆରମ୍ଭ ହେଇଥିଲା। ସେତେବେଳେ ନର୍ସ ଡାକ୍ତରଙ୍କୁ ବାରମ୍ବ।।ର ଯୋଗାଯୋଗ କରିଥିଲେ ବି ଡାକ୍ତର ନ ଆସିବାରୁ ନର୍ସ ଏକ ଇଞ୍ଜେକ୍ସନ ଦେଇଥିଲେ। ପରେ ରାତି ୨ଟାରେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ବେଳେ ନର୍ସ ପରିବାର ଲୋକଙ୍କୁ ଏକ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ମୃତ୍ୟୁ ପ୍ରମାଣ ପତ୍ର ରେ ଡାକ୍ତରଙ୍କ ଦସ୍ତଖତ ନଥିବା ନେଇ ସନ୍ଦେହ ଜାରି ହୋଇଛି। ଡ଼ାକ୍ତର ନଆସିବା ଯାଏ ଶବ ନଉଠେଇବା କୁ ପରିବାର ଲୋକ ଯିଦି ଧରି ବସିଛନ୍ତି। ଫଳରେ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଲାଗି ରହିଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA
