ଭୁବନେଶ୍ୱର, 29 ନଭେମ୍ବର (ହି.ସ.)-ଭାରସାମ୍ୟ ହରାଇ ଘର ଉପରେ ଚଢିଗଲା ଡମ୍ପର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ଜାମୁଝାଡ଼ି-ଧାମରା ରାସ୍ତାର ବାଟି ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଭାରସାମ୍ୟ ହରାଇ ଘର ଉପରେ ଚଢ଼ିଯାଇଛି ୧୬ଚକିଆ ଡମ୍ପର । ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ଘଟଣା ସ୍ଥଳରେ ସିମୁଳିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
