କୋଲକାତା, 29 ନଭେମ୍ବର (ହି.ସ.) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କୋଲକାତାର ଧର୍ମତଲାରେ ବିଜେପିର ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏଥିପାଇଁ ଶାହଙ୍କୁ ସ୍ୱାଗତ କରିବା ପାଇଁ ପୂରା ସହରରେ ବଡ ବଡ ପୋଷ୍ଟର ଲଗାଇଛି ବିଜେପି । ଅନ୍ୟପଟେ ଶାହଙ୍କୁ ବିରୋଧ କରି ତୃଣମୂଳ କଂଗ୍ରେସ ପକ୍ଷରୁ ପୋଷ୍ଟର ଲଗାଯାଇଛି । ଏୟାରପୋର୍ଟ ଧର୍ମତଲା, ଯେଉଁ ରାସ୍ତା ଦେଇ ଅମିତ ଶାହ ଯିବେ, ସେହି ରାସ୍ତାରେ ତୃଣମୂଳ କଂଗ୍ରେସ ପୋଷ୍ଟର ଲଗାଇଛି, ଯେଉଁଥିରେ ମୋଟା ଭାଇ ଭୋଟ୍ ନେହିଁ ଲେଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
