
କଲମ୍ବୋ, ୨୯ ନଭେମ୍ବର (ହିସ) – ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଜୁଲାଇ ୨୦୨୪ ରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସିୟ ସିରିଜ୍ ଏବଂ ଟି -୨୦ ମ୍ୟାଚ୍ ପାଇଁ ଶ୍ରୀଲଙ୍କା ଗସ୍ତ କରିବେ । ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଏଲସି) ବୁଧବାର ଏହା ଘୋଷଣା କରିଛି ।
୨୦୨୪ ମସିହାରେ ଶ୍ରୀଲଙ୍କା ପୁରୁଷ ଜାତୀୟ ଦଳ ୫୨ ଟି ଆନ୍ତର୍ଜାତୀୟ ମ୍ୟାଚ୍ ରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ଯେଉଁଥିରେ ୧୦ ଟି ଟେଷ୍ଟ, ୨୧ ଟି ଏକଦିବସିୟଏବଂ ୨୧ ଟି ଟି-୨୦ ଶାମିଲ ଅଛି ।
ଏସଏଲସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଶ୍ରୀଲଙ୍କା ଜାତୀୟ ଦଳ ୨୦୨୪ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡର ଆରମ୍ଭ ଜାନୁଆରୀରେ ଜିମ୍ବାୱେ ବିପକ୍ଷରେ ଘରୋଇ ସିରିଜ୍ ସହିତ କରିବ ଯେଉଁଥିରେ ତିନୋଟି ଏକ ଦିବସିୟ ଏବଂ ତିନୋଟି ଟି-୨୦ ସିରିଜ୍ ଅନ୍ତର୍ଭୁକ୍ତ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
