ଭୁବନେଶ୍ୱର, 3 ଡିସେମ୍ବର (ହି.ସ.) ଗତବର୍ଷ ନଷ୍ଟ ହୋଇନି
ଗୋଟିଏ ବି ଟୋକନ । ଗତ ସରକାର ବେଳେ 4 ଲକ୍ଷ ଚାଷୀ
ଧାନ ବିକ୍ରି କରି ପାରିନଥିଲେ । ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ଯୋଗାଣ
ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଯେ, 2023 – 24 ରେ 17 ଲକ୍ଷ 73 ହଜାର 347 ଚାଷୀ ପଞ୍ଜିକରଣ
କରିଥିବା ବେଳେ ମାତ୍ର 13 ଲକ୍ଷ 36ହଜାର 118 ଚାଷୀ ଧାନ
ବିକିଥିଲେ ।
ଏବେ ସରକାର ଚାଷୀଙ୍କୁ ଇନପୁଟ ସହାୟତା
ବାବଦକୁ 5876 କୋଟି ଟଙ୍କା ଦେଇଛନ୍ତି । କଟନୀ ଛଟନି ସରକାରଙ୍କ ନଜର ଆସିନାହିଁ । ଖରିବ ପାଇଁ 2 ଲକ୍ଷ 94 ହଜାର 569 ଚାଷୀଙ୍କୁ ଟୋକନ ଦିଆଯାଇଛି । ବରଗଡ଼, ବାଲାଙ୍ଗୀର, କଳାହାଣ୍ଡି, ନୂଆପଡା, ସମ୍ବଲପୁର
ଧାନ କିଣା ପାଇଁ ଟୋକନ ଦିଆ ସରିଲାଣି । ଏ ବର୍ଷ
ମୋଟ 19 ଲକ୍ଷ 76 ହଜାର 812 ଚାଷୀ ପଞ୍ଜିକରଣ କରିଛନ୍ତି । ଗତବର୍ଷ 17 ଲକ୍ଷ 50 ହଜାର 462 ଚାଷୀ ପଞ୍ଜିକରଣ କରିଥିବା ବେଳେ 16 ଲକ୍ଷ 60 ହଜାର 378 ଜଣଙ୍କ ଠାରୁ ଧାନ କିଣା ଯାଇଥିଲା । ନୂଆ ସରକାର ସରକାର ଆସିବା ପରେ
ଚାଷୀ ପଞ୍ଜିକରଣ ବୃଦ୍ଧି ହେବା ସହଧାନ ସଂଗ୍ରହ
ବଢିଛି । ଧାନ କିଣା ସୁରୁଖୁରୁରେ ସମ୍ପନ୍ନ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହେବା ସହ ସବୁ
ଜିଲ୍ଲାକୁ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
