ଗଂଜାମ, ୨୬ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ଶାରଦୀୟ ବୈଠକ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତିଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା ୧୬ ତାରିଖରେ ପ୍ରେସଡେ ପାଳନ ପାଇଁ ବ୍ଯାପକ ଆଲୋଚନା ସହ ପ୍ରସ୍ତୁତି ଖସଡା କରାଯାଇଥିଲା।
ଏହି ଆଲୋଚନାରେ ଉପସଭାପତି ସଚ୍ଚୀଦାନନ୍ଦ ନାୟକ, ସଂଗଠନ ସଭାପତି ରାମପ୍ରସାଦ ସାମଲ, ସଂପାଦକ ରାଜେଶ କୁମାର ପଟ୍ଟନାୟକ, ସହସଂପାଦକ ହରେକୃଷ୍ଣ ମହାନ୍ତି, ଡି.ପର୍ଶୁରାମ, ଦକ୍ଷିଣ ଓଡିଶା ସଂଗଠକ, ଅନନ୍ତରାମ ପ୍ରଧାନ, ସଦସ୍ୟ ସୁରେଶ ଚନ୍ଦ୍ର ତ୍ରିପାଠୀ, ଲୋକନାଥ ମହାରଣା, ସୁଧୀର କୁମାର ପଟ୍ଟନାୟକ ଓ ସୁନୀଲ ବିଶ୍ଵାସ ପ୍ରମୁଖ ଅଂଶଗ୍ରହଣ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପରିଶେଷରେ ସଂପାଦକ ରାଜେଶ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
