
ନୂଆଦିଲ୍ଲୀ, 26 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସର ପୁରୁଷ ସଟପୁଟ୍ ଏଫ୍ ୪୦ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସଟ୍ ପୁଟ୍ ଆଥଲେଟ୍ ରବି ରୋଙ୍ଗାଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେ ରବିଙ୍କୁ ପ୍ରେରଣା ବୋଲି କହିଥିଲେ ଏବଂ ତାଙ୍କ ସଫଳତାକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
ପୁରୁଷ ସଟ୍ପୁଟ୍ ଏଫ୍ ୪୦ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ପାଇଁ ପ୍ରତିଭାବାନ ରବି ରୋଙ୍ଗାଲିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ରବି ଅନେକଙ୍କ ପାଇଁ ପ୍ରେରଣା, ତାଙ୍କର ଉଲ୍ଲେଖନୀୟ ସଫଳତା ତାଙ୍କ ଅସାଧାରଣ ଶକ୍ତି ଏବଂ ସମର୍ପଣର ପ୍ରମାଣ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
