ଉଜ୍ଜୟିନୀ, ୧୪ ଜାନୁଆରୀ (ହି.ସ.)- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ରବିବାର ଉଜ୍ଜୟିନୀରେ ଶ୍ରୀରାମ ଜନାର୍ଦ୍ଦନ ମନ୍ଦିର ପହଞ୍ଚିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନ୍ଦିରରେ ଦର୍ଶନ କରିବା ସହ ରାଜ୍ୟର ସୁଖ ସମୃଦ୍ଧି କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ମନ୍ଦିରରେ ଚାଲିଥିବା ସ୍ୱଚ୍ଛତା ଅଭିଯାନ କ୍ରମେ ମନ୍ଦିର ପରିସରରେ ଝାଡୁ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
