କେନ୍ଦୁଝର,୧୬ ଅକ୍ଟୋବର ( ହି . ସ) ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଂ ୭୮ ତମ ଜନ୍ମଦିନ ଅବସରରେ କେନ୍ଦୁଝର ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ମୋଟ ୭୮ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସୋମବାର ବିଜେଡିର କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ କେନ୍ଦୁଝର ରୋଟାରୀ କ୍ଲବ ଠାରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ବିଜେଡିର ଦଳୀୟ ନେତାଙ୍କ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅଶଂଗ୍ରହଣ କରିଥିଲେ । ଏହି ଶିବିରରେ ଜିଲ୍ଲା ରକ୍ତ ଭଣ୍ଡାରର କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିନବାବେଳେ ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ସମବାୟ ବ୍ୟାକଂ ସଭାପତି କାନନ ବିହାରୀ ପହି, ବିଜେଡି ନେତା ତଥା ଉପନଗରପାଳ ବରଦା ପ୍ରସନ୍ନ ଦାଶ, ବରିଷ୍ଠ ବିଜେଡି ନେତା ଓ ଜିଲ୍ଲା ପରିଷଦ ସ୍ୟ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ସ୍ୟ ରଥ ମୁଣ୍ଡା, ବିଜେଡି ଜିଲ୍ଲା ଉପସଭାପତି ପ୍ରମୋଦ ପଟ୍ଟନାୟକ, ସଦର ବ୍ଲକ ଅଧକ୍ଷ୍ୟା ଜ୍ୟୋର୍ତୀମୟୀ ନାଏକ, ସଦର ବ୍ଲକ ସଭାପତି ଚକ୍ରଧର ପରିଡା, ପୂର୍ବତନ ନଗରପାଳ ମୀନା ମାଝୀ, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ସସ୍ମିତା ସିଂ, ବିଜେଡି ଏସସି ସେଲ ଜିଲ୍ଲା ସଭାପତି ଭରତ ଚନ୍ଦ୍ର ପାତ୍ର, ବିଜେଡି ଯୁବ ଉପସଭାପତି ଜଗଦୀଶ ଆପଟ, ଯୁବ ନେତା ଦେବୁ ପଟ୍ଟନାୟକ, ସୂର୍ଯ୍ୟନାରାୟଣ କର, ସନ୍ତୋଷ ପଣ୍ଡା, ପ୍ରଦୀପ ପ୍ରଧାନ, ଆଶିଷ ଆଚାର୍ଯ୍ୟ, ଅଭିନାଶ ମିଶ୍ର, ଉପବନ ନାଏକ, କାଉନସିଲର କେ କି କାକଳି କୁମରା, ବରିଷ୍ଠ ନେତା ରକ୍ଷାକର ସାହୁ, ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଭୁତି/ସମନ୍ୱୟ
