କଟକ, 23 ଅଗଷ୍ଟ (ହି.ସ.)-ସିଟି ହସ୍ପିଟାଲ (କଟକ ସିଡିଏମଓ
କାର୍ଯ୍ୟାଳୟ)ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ
ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କଟକ
ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ।
ରେଡ୍ ସମୟରେ ସାହାଣୀଙ୍କ
ନିକଟରୁ ଆୟରୁ ଅଧିକ ସଂପତି ଠାବ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ଦୁଇଟି ବିଲ୍ଡିଂ, 19ଟି
ଦାମୀ ଫ୍ଲାଟ, ନଗଦ 3.30 ଟଙ୍କା, 135 ଗ୍ରାମ ସୁନା ଓ 55.48 ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ
ଜମା ରାଶି ମିଳିଥିଲା । ଯାହାର ସେ କୌଣସି ସନ୍ତୋଷଜନକ ଉତର ଦେଇପାରିନଥିଲେ ।
ଏନେଇ କଟକ ଭିଜିଲାନ୍ସ
ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
