କନ୍ଧମାଳ, ୧୬ ଅକ୍ଟୋବର(ହି.ସ.) – ଫୁଲବାଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ସି.ଡବଲୁ.ସି ସଦସ୍ୟା ତଥା ଅରୁଣା ବ୍ରହ୍ମପୁର ସ୍ୱଚ୍ଛାସେବୀ ଅନୁଷ୍ଠାନର ସଂପାଦିକା ସୈାଦାମିନି ରଥଙ୍କ ଦେହାନ୍ତରେ ଫୁଲବାଣୀ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଜାଇଅଛି । ଅନୁଷ୍ଠାନର ସଂପାଦକ ଇଂ ହରିଶଙ୍କର ରାଉତ ସ୍ମୁତିଚାରଣ କରିବା ଛଳରେ ସମାଜ ସେବା ଦିଗରେ ସୈାଦାମିନି ଙ୍କର ଥିବା ଭୁମିକାର ଗୁରୁତ୍ୱ ଓ ଜନ ସାଧାରଣଙ୍କ ହିତରେ କରି ଆସୁଥିବା କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଥିଲେ । ଏବଂ ତାଙ୍କର ଅକସ୍ମାତ ଦେହାନ୍ତ ସମାଜ ସେବା ରେ ଅପୁରଣିୟ କ୍ଷତି ବୋଲି କହିଥିଲେ । ଅନୁଷ୍ଠାନ ର ଅନ୍ୟ ସଦସ୍ୟ ଓ ସଦସ୍ୟା ମାନେ ତାଙ୍କର ସେବା ପ୍ରତି ଥିବା ଭଲପାଇବା ଓ କର୍ମନିଷ୍ଠାପରତା କୁ ପ୍ରସଂଶା କରିବା ସହ ତାଙ୍କର ଅମର ଆତ୍ମା ପ୍ରତୀ ଅଶ୍ରୁଳ ଶ୍ରଧାଞ୍ଜଳୀ ଜ୍ଞାପନ କରଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
…………………………………/ସମନ୍ୱୟ
