ଭଦ୍ରକ, ୪ ଜାନୁୟାରୀ (ହି.ସ.) – ଗରଦପୁର ସ୍ଥିତ ସତ୍ୟ ସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଚଳିତ ମାସ ୧୨ ଓ ୧୩ରେ ମହାଆଡ଼ମ୍ବରରେ ହେବାକୁ ଯାଉଅଛି। ଏହି ଉପଲକ୍ଷେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍,ବୁଦ୍ଧିଜୀବୀ ଓ ରାଜନେତା ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବେ ବୋଲି ସଦୟ ସ୍ବୀକୃତି ପ୍ରଦାନ କରିଅଛନ୍ତି। ୧୨ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯରେ ଓଡ଼ିଶାର ପ୍ରସିଦ୍ଧ ହ୍ୟୁମାନ୍ ସାଗର ମେଲୋଡ଼ି ତାଙ୍କର ସବୁ ପ୍ରକାର କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଏବଂ ସµାଦକ ମୀନା ପଣ୍ଡା ସମସ୍ତଙ୍କୁ ଅନୁରୋଧ କରୁଅଛନ୍ତି କି ଏହି ଦୁଇଦିନର କାର୍ଯ୍ୟକ୍ରମରେ େଯାଗଦାନ କରି ଜୟନ୍ତୀ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ହେବେ। ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଉଅଛି କି ସେମାନେ ସମସ୍ତେ ତା୧୨.୦୧.୨୦୨୪ରିଖ ଦିବା ଏକ ଘଟିକା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉପସ୍ଥିତ ରହିବେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ/ସମନ୍ୱୟ
