ଗଂଜାମ, 24 ଅକ୍ଟୋବର (ହି.ସ.)
ଶିଶୁଙ୍କ ଉପସ୍ଥାନ, ଦୈନିକ ରନ୍ଧାଖାଦ୍ୟ ଅଣ୍ଡା ଛତୁଆ ଓ ଲଡୁ ବଣ୍ଟନ ସମସ୍ତ ସୂଚନା ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ଜରିଆରେ ଉପରିସ୍ଥ ଅଧିକାରୀଙ୍କୁ ଦେବାକୁ ପଡୁଛି। ସେହିପରି ଅଙ୍ଗନବାଡି କର୍ମୀ ମାନେ ମମତା ସକ୍ଷମ ପୋଷଣ ଆପ୍ଲିକେସନରେ ବିଭିନ୍ନ କାମ କରିଵା ସହ ଦୈନିକ ଅନେକ କାଗଜପତ୍ରକାମ ମୋବାଇଲରେ କରିବାକୁ ପଡୁଛି। ଅଧିକାଂଶ ଅଙ୍ଗନବାଡି କର୍ମୀଙ୍କ ପାଖରେ ଭଲ ସ୍ମାର୍ଟ ଫୋନଟିଏ ନାହିଁ। ଏଣୁ ସେମାନେ ସମସ୍ୟାରେ ପଡ଼ୁଛନ୍ତି। ଅନେକ କର୍ମୀଙ୍କ ପାଖରେ ମୋବାଇଲ ଫୋନ୍ ଥିଲେ ମଧ୍ୟ ସ୍ପଳ୍ପ ପାରିଶ୍ରମିକରେ ମାସିକ ୩୦୦,୪୦୦ଟଙ୍କା ଖର୍ଚ କରି ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ବ ବିଜେଡି ସରକାରଙ୍କ ଅମଳରେ ପ୍ରତ୍ୟେକ ଅଙ୍ଗନବାଡି କର୍ମୀଙ୍କୁ ଭଲ ସ୍ମାର୍ଟ ଫୋନ ଯୋଗାଇବା ପାଇଁ ଘୋଷଣା କରାଯାଇଥିଲା। କିଛି ଦିନ ପୂର୍ବେ ବିଜେପି ସରକାରଙ୍କର କୁହାଳିଆ ଶିଶୁ ବିକାଶ ମନ୍ତ୍ରୀ ତଥା ରାଜ୍ୟ ଉପମୂଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସମାନ କଥା କହି ତୁରନ୍ତ ସ୍ମାର୍ଟ ଫୋନ ଅଙ୍ଗନବାଡି କର୍ମୀ ମାନଙ୍କୁ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ। ତୁରନ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ ଯୋଗାଇବା ପାଇଁ ଦାବି ହେଉଛି।
—————
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
