ପୁରୀ, ୧୩ ଜାନୁଆରୀ (ହି.ସ.)- ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଓ ଯଜ୍ଞର ପୂର୍ଣ୍ଣାହୂତି । ଏଥିପାଇଁ ଚାଲିଛି ପୂଜାର୍ଚ୍ଚନା । ଗତକାଲି ବ୍ରାହ୍ମଣ ବରଣ ଓ ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରାରୋପଣ ନୀତି ଆରମ୍ଭ ହୋଇଥିଲା । ଆଜି ପୌଷ ଶୁକ୍ଳ ତୃତୀୟା ତିଥିରେ ଦିନ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରାପୂଜନ କାର୍ଯ୍ୟ ରୀତିନୀତି ମୁତାବକ ଚାଲିବ । ଆଜି ସମାପନ ହେବ ଅଙ୍କୁରା ପୂଜନ ନୀତି । ଚର୍ତୁବେଦ ପାଠ ସହିତ ଚାଲିଛି ଅଙ୍କୁରା ପୂଜନ ନୀତି । ରାତି ୮ଟା ଯାଏଁ ଚାଲିବ ଏହି ପୂଜାର୍ଚ୍ଚନା ।
ଏଠାରେ ଉଲ୍ଲେଖଯୋଗ୍ୟ, ଯଜ୍ଞର ପୁରୋଧା ଗଜପତି ପୂର୍ଣ୍ଣାହୂତି ଦେବା ସହ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଲୋକାର୍ପଣ କରିବେ ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
