ନୂଆଦିଲ୍ଲୀ, ଆମେରିକୀୟ ଇଲେକ୍ଟ୍ରିକ ଯାନ କମ୍ପାନୀ ଟେଲ୍ସା ପ୍ରମୁଖ ଏଲନ ମସ୍କ ଭାରତ ଗସ୍ତ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମସ୍କ ଏପ୍ରିଲ 22ରେ ଭାରତର ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା । ଗତ ସପ୍ତାହରେ ମସ୍କ ଏକ୍ସ ହ୍ୟାଣ୍ଡେଲରେ ଭାରତ ଗସ୍ତ ନେଇ ନିଜେ ସୂଚନା ଦେଇଥିଲେ ।
ତେବେ ଏବେ ଏଲନ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ ନେଇ ସୂଚନା ମିଳିଛି । ତେବେ ଏହାର କାରଣ ଜଣାପଡିନାହିଁ । ଟେଲସା ଓ ଭାରତ ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ବୟାନ ଜାରି କରାଯାଇନାହିଁ ।
