ନୂଆଦିଲ୍ଲୀ, – ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଆଜି ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଅଭିଯୁକ୍ତ ଓ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ପିଟିସନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । ସ୍ପେଶାଲ ଜଜ କାଭେରୀ ବାୱେଜା ଏପ୍ରିଲ 30କୁ ନିଷ୍ପତ୍ତି ଶୁଣାଇବେ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ଜାମିନ ପିଟିସନର ବିରୋଧ କରିଛନ୍ତି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଅବକାରୀ ନୀତି କିଛି ନିୟମ ବିକ୍ରେତାର ସପକ୍ଷରେ ଥିଲା ।
