ପାଟଣା, 30 ଜାନୁଆରୀ :- ବିହାରରେ କ୍ଷମତା ପରିବର୍ତ୍ତନ ପରେ ଲାଲୁ ଯାଦବଙ୍କ ପାର୍ଟି ରାଜଦକୁ ଜୋର ଝଟ୍କା ଲାଗିଛି । କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ପୂର୍ଣ୍ଣିୟାରେ ରାହୁଲ ଗାନ୍ଧିଙ୍କ ସହିତ ଗୋଟିଏ ମଂଚରେ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବ ନହେବା କାରଣରୁ କଂଗ୍ରେସକୁ ବଡ ଝଟ୍କା ଲାଗିଛି । ରାହୁଲ ବିହାରରେ ନିଜର ସହଯୋଗୀ ଦଳ ସହିତ ଯେଉଁ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିଲେ, ସେ ସେଭଳି କିଛି କରିପାରିନାହାନ୍ତି ।
ବିହାରରେ ନିଜର ମଜବୁତ ଶକ୍ତି ଦେଖାଇବା ପାଇଁ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା କିଶନଗଞ୍ଜ ରାସ୍ତାରେ ବିହାରରେ ପ୍ରବେଶ କରିଛନ୍ତି । ଜାନୁୟାରୀ 30ରେ ପୂର୍ଣ୍ଣିୟାରେ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ଜନସଭାରେ କଂଗ୍ରେସ ନିଜର ସହଯୋଗୀ ଦଳକୁ ଗୋଟିଏ ମଞ୍ଚରେ ଏକାଠି କରି ଏକଜୁଟତାର ବାର୍ତ୍ତା ଦେବେ କିନ୍ତୁ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ପଚରାଉଚରା ପାଇଁ ଇଡି ଡାକିବା ପରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଝଟ୍କା ଲାଗିଛି ।
