ନୂଆଦିଲ୍ଲୀ,ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନାରାୟଣ ରାଣେଙ୍କୁ ଜନ୍ମଦିନର ଶୁଭେଚ୍ଛା । ସାଧାରଣ ଜୀବନରେ ଦୀର୍ଘ ବର୍ଷର ଅଭିଜ୍ଞତା ସହିତ ସେ ଜଣେ ତୃଣମୂଳ ସ୍ତରର ନେତା ଭାବରେ ଏକ ପରିଚୟ ସୃଷ୍ଟି କରିଛନ୍ତି । ଆମ ସରକାରରେ ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ସେ ବହୁତ କଠିନ ପରିଶ୍ରମ କରିଛନ୍ତି । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ।
