ନୂଆଦିଲ୍ଲୀ, 9 ଜାନୁଆରୀ (ହି.ସ.) ଆଜି ହେଉଛି ପ୍ରବାସୀ ଭାରତୀୟ ଦିବସ । ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ବିଶ୍ୱରେ ଭାରତୀୟଙ୍କ ଅବଦାନ ଏବଂ ସଫଳତାକୁ ପାଳନ କରିବା ପାଇଁ ଏହା ଏକ ଦିନ । ଆମର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ତଥା ବିଶ୍ୱସ୍ତରୀୟ ସମ୍ପର୍କକୁ ଦୃଢ କରିବା ଦିଗରେ ସେମାନଙ୍କର ଉତ୍ସର୍ଗୀକୃତତା ପ୍ରଶଂସନୀୟ । ସମଗ୍ର ବିଶ୍ୱରେ ଭାରତର ଆତ୍ମାକୁ ପରିପ୍ରକାଶ କରି ଏକତା ଏବଂ ବିବିଧତାର ଭାବନାକୁ ସେମାନେ ବୃଦ୍ଧି କରାନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
