ନୂଆଦିଲ୍ଲୀ, ୨୩ ଫେବୃୟାରୀ :- ସୁପ୍ରିମକୋର୍ଟ ଉତରପ୍ରଦେଶର ବାହୁବଳୀ ସମାଜବାଦୀ ପାର୍ଟି ନେତା ଉଦୟଭାନ ସିଂଙ୍କୁ ଦିଆଯାଇଥିବା ମଧ୍ୟବର୍ତୀକାଳୀନ ଜାମିନକୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜଷ୍ଟିସ ଏଏସ ଓକାଙ୍କ ନେତୃତ୍ୱରେ ଏକ ବେଂଚ ଉଦୟଭାନ ସିଂଙ୍କ ଜାମିନ ଆବେଦନ ଉପରେ ଏପ୍ରିଲ ୫ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଶୁଣାଣି ସମୟରେ ଉତରପ୍ରଦେଶ ସରକାର ଜାମିନ ଆବେଦନ ଉପରେ ଏହାର ଜବାବ ଦେବାକୁ ସମୟ ମାଗିଥିଲେ । ଏହା ପରେ ଉତରପ୍ରଦେଶ ସରକାରଙ୍କୁ ଏହାର ଉତର ଦାଖଲ କରିବାକୁ କୋର୍ଟ ଦୁଇ ସପ୍ତାହ ସମୟ ଦେଇଥିଲେ । ଶୁଣାଣୀ ସମୟରେ ଉତରପ୍ରଦେଶ ସରକାରରେ ହାଜର ହୋଇଥିବା ଓକିଲ ଉଦୟଭାନ ସିଂଙ୍କ ଜାମିନ ଆବେଦନକୁ ବିରୋଧ କରି ଉଦୟବନଙ୍କ ବିରୋଧରେ ତିନିଟି ହତ୍ୟା ମାମଲା ଶୁଣାଣି ଜାରି ରହିଛି ବୋଲି କହିଛନ୍ତି । ତାଙ୍କୁ ଜାମିନ ଦିଆଯିବା ଉଚିତ ନୁହେଁ ।
