ଲକ୍ଷ୍ନୌ, 14 ନଭେମ୍ବର : ଶିଶୁଦିବସର ଶୁଭେଚ୍ଛା ଜଣାଇଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଦେଶର ଆଶା, ଆକାଂକ୍ଷା ଓ ଉନ୍ନତିର ଆଧାର, ସମସ୍ତ ପ୍ରିୟ ଶିଶୁଙ୍କୁ ଶିଶୁଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଆମର ସରକାର ଶିଶୁଙ୍କୁ ସଂସ୍କାରିତ ଶିକ୍ଷା, ସୁରକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରିବା ସହ ସେମାନଙ୍କର ସାମଗରିକ ବିକାଶ ପାଇଁ ପୂର୍ଣ୍ଣ ପ୍ରତିବଦ୍ଧ ।
