ନୂଆଦିଲ୍ଲ ଭାରତୀୟ ଜନତା ପାର୍ଟି (ଭାଜପା) କଂଗ୍ରେସ ଏବଂ ତା’ର ସହଯୋଗୀ ଦଳକୁ ସମ୍ବିଧାନ ବିରୋଧୀ ବୋଲି କହିଛି । ଭାଜପା କହିଛି ଯେ, କଂଗ୍ରେସ ପାର୍ଟି ସମ୍ବିଧାନ ବଦଳିବା ଉପରେ ଚଲାଯାଇଥିବା ନେରେଟିଭ୍ ରୁ ଦଳିତ, ଓବିସି ସମାଜର ଲୋକଙ୍କୁ ଭ୍ରମିତ କରୁଛି । କଂଗ୍ରେସ ପାର୍ଟି ସମ୍ବିଧାନର ନିର୍ମାତା ବାବା ସାହେବଙ୍କ ଅପମାନ କରିଛି ।
ସୋମବାର ଭାଜପା ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାଜପାର ରାଜ୍ୟସଭା ସଦସ୍ୟ ବୃଜଲାଲ କହିଛନ୍ତି ଯେ, କଂଗ୍ରେସ ପାର୍ଟି ଭୁଲ୍ ନେରେଟିଭ୍ ସେଟ୍ କରି ଦେଶର ଲୋକଙ୍କୁ ଭ୍ରମିତ କରୁଛି । କଂଗ୍ରେସ ପାର୍ଟି ଦଳିତଙ୍କୁ ଭ୍ରମିତ କରୁଛି ଯେ, ଭାଜପା ରିଜର୍ଭେସନ(ସଂରକ୍ଷଣ) ବନ୍ଦ କରି ଦେବ ଏବଂ ସମ୍ବିଧାନକୁ ବଦଳାଇଦେବ ।
