କୋରେଇ, ୩୦ ଅପ୍ରେଲ – ପାଣିକୋଇଲି ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ବ୍ରିଜ ନିକଟରେ ଏକ ବାଲି ବୋଝେଇ ହାଇୱା ପଛରେ ଅନ୍ୟ ଏକ ବାଲି ବୋଝେଇ ହାଇୱା ଧକ୍କା ହେବା ଫଳରେ ଚାଳକ ଆହତ ହୋଇଥିବା ଜଣାପଡିଛି । ପ୍ରକାଶଯେ ବୈରଣୀ ରୋଡ ପଟୁ ସଠିପୁର ଦେଇ ରାଜପଥକୁ ବାଲି ବୋଝେଇ ହାଇୱା ଦିବାରାତ୍ରୀ ଯାତାୟତ କରନ୍ତି । ସୋମବାର ବିଳମ୍ବିତ ରାତ୍ରୀରେ ଏକ ବାଲି ବୋଝେଇ ହାଇୱା ଟ୍ରକ (ଓଡି୦୧ଏଏମ୯୮୨୮) ସଠିପୁର ଓଭରବ୍ରିଜ ତଳ ସଂଯୋଗୀକରଣ ରାସ୍ତାରେ ରାଜପଥକୁ ଭଦ୍ରକ ପଟକୁ ଉଠୁଥିବା ବେଳେ ସମ୍ମୁଖ ଯାଉଥିବା ଅନ୍ୟ ଏକ ହାଇୱା ପଛରେ ଧକ୍କା ଦେଇଥିଲା । ଫଳରେ ପଛ ହାଇୱାର ଚାଳକ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳେ ରାଜପଥ ପୋଟ୍ରୋଲିଂଗ ପୁଲିସ ଓ ପୁଲିସ ପହଂଚି ଟ୍ରକକୁ ଜବତ କରିଛି ।
