ରାଜୌରୀ, ୦୮ ଡିସେମ୍ବର (ହି.ସ.) – ସୁରକ୍ଷାବଳଙ୍କ ଦ୍ୱାରା ଜାମ୍ମୁ – କାଶ୍ମୀରର ରାଜୌରୀ ଜିଲ୍ଲାର ନୌଶେରା ଇଲାକାରେ ତଲାସ ଅଭିଯାନ ପରେ ଶୁକ୍ରବାର ଦିନ ହତିଆର ଏବଂ ଗୋଳାବାରୁଦ ଜବତ କରାଯାଇଛି ।
ଜଣେ ଅଧିକାରୀ କହିଛନ୍ତି ଯେ, ନୌଶେରାର ପତରାରେ ରାଜଲକୋଟ ଜଙ୍ଗଲ ଅଂଚଳରେ ପୋଲିସ ଏବଂ ସେନାର ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ କରିଛି । ଖୋଜାଖୋଜି ସମୟରେ ଧଳା କପଡ଼ାରେ ଗୁଡ଼ାଯାଇଥିବା ଏକ ପିସ୍ତଲ, ୯ ଏମ ଏମ ପିସ୍ତଲର ଗୁଳି ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ସେ କହିଛନ୍ତି ଯେ, ଏ ବାବଦରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ଭାନୁ/ସମନ୍ୱୟ
