ବାଲେଶ୍ୱର, ୨୪ ଅଗଷ୍ଟ (ହି.ସ.)- ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ଆଜି ସକାଳ ୮ଟା ସୁଦ୍ଧା ଜଳ ସ୍ତର ବୃଦ୍ଧି ପାଇ ୧୦.୬୨ ମିଟରରେ ପ୍ରବାହିତ ହେଉଛି । ଅନ୍ୟପକ୍ଷରେ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
