ଶ୍ରୀନଗର, 27 ଡିସେମ୍ବର (ହି.ସ.)ବୁଧବାର ଦିନ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ବଡଧରଣର ଷହଯନ୍ତ୍ର ବିଫଳ କରିଛନ୍ତି । ଯବାନମାନେ ଶ୍ରୀନଗରର ଲାଭାପୋରାରେ ଶ୍ରୀନଗର-ବାରମୂଳା ରାଜପଥରେ ଏକ ଗ୍ୟାସ ସିଲିଣ୍ଡରରେ ଲାଗିଥିବା ଆଇଇଡିକୁ ନଷ୍ଟ କରିଛନ୍ତି । ଅଧିକାରୀଙ୍କ ସୂଚନା ମୁତାବକ ସେନାର 2 ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସର ସୁରକ୍ଷାକର୍ମୀଙ୍କ ମିଳିତ ଟିମ୍ ଏହି ରାଜପଥରେ ଆତଙ୍କବାଦୀମାନେ ଲୁଚାଇ ରଖିଥିବା ଗ୍ୟାସ ସିଲିଣ୍ଡରକୁ ଖୋଜିଥିଲେ । ବୋମା ନିରୋଧକ ଟିମ୍ ଏହି ଆଇଇଡିକୁ ନିଷ୍କ୍ରିୟ କରିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
