ଲକ୍ଷ୍ନୌ, 23 ଅକ୍ଟୋବର (ହି.ସ.) ମହାନବମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ସିଦ୍ଧଗନ୍ଧର୍ବୟକ୍ଷାଦୋରସୁରୈରମରୈରପି । ସେବ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧିଦାୟିନୀ ।
ମହାନବମୀର ପବିତ୍ର ଅବସରରେ ଅଞ୍ଚଳବାସୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶୁଭକାମନା ଜଣାଉଛି । ମାଆ ଦୁର୍ଗାଙ୍କ ନବମ ସ୍ୱରୂପ ମାଆ ସିଦ୍ଧିଦାତ୍ରୀଙ୍କ କୃପାରୁ ସମସ୍ତଙ୍କୁ ଯଶପୂର୍ଣ୍ଣ ଜୀବନ, ସମୃଦ୍ଧି, ଆରୋଗ୍ୟତା ପ୍ରାପ୍ତ ହେଉ, ଏହାହିଁ କାମନା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
