ନୂଆଦିଲ୍ଲୀ, 27 ଡିସେମ୍ବର (ହି.ସ.) ମୁସଲିମ୍ ଲିଗ୍ ଜମ୍ମୁ କଶ୍ମୀରକୁ ବେଆଇନ ସଙ୍ଗଠନ ଘୋଷଣା କଲେ କେନ୍ଦ୍ର ସରକାର । ଏହି ସଙ୍ଗଠନ ବେଆଇନ ଗତିବିଧିରେ ଲିପ୍ତ ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ମୁସଲିମ୍ ଲିଗ୍ ଜମ୍ମୁ କଶ୍ମୀରକୁ ବେଆଇନ ଗତିବିଧି ପ୍ରତିରୋଧ ଅଧିନିୟମ ଆଧାରରେ ବେଆଇନ ସଂଘ ଘୋଷଣା କରାଯାଇଛି । ଏହି ସଙ୍ଗଠନ ଓ ଏହାର ସଦସ୍ୟ ଜମ୍ମୁ କଶ୍ମୀରରେ ଦେଶ ବିରୋଧୀ ଓ ବିଚ୍ଛିନ୍ନତାବାଦୀ ଗତିବିଧିରେ ଲିପ୍ତ ଥିବା ଜଣାପଡିଛି ।
ଏହି ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପର ସମର୍ଥକ ବୋଲି ଶାହା କହିଛନ୍ତି। ଏହି ସଂଗଠନ ସହିତ ଜଡିତ ଲୋକମାନେ ଇସଲାମିକ ଶାସନ ପ୍ରତିଷ୍ଠା ପାଇଁ ରାଜ୍ୟବାସୀଙ୍କୁ ଉତ୍ସାହିତ କରୁଛନ୍ତି। ଆତଙ୍କବାଦ ପ୍ରତି କେନ୍ଦ୍ର ସରକାର ଅତ୍ୟନ୍ତ ଗମ୍ଭୀର। ଆମ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୋଧରେ କାର୍ଯ୍ୟ କରୁଥିବା ମୋଦୀ ସରକାର କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ବରଦାସ୍ତ କରିବେ ନାହିଁ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
