ରାଂଚି, ୨୯ ନଭେମ୍ବର (ହି.ସ.)- ନଭେମ୍ବର ୩୦ ରେ ରାଂଚିର ଜେଏସସିଏ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ପ୍ରତ୍ୟେକ କୋଣରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ଧୁର୍ବା ସ୍ଥିତ ଜେଏସସିଏ ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଂଚଳରେ ୫୦୦୦ ଯବାନ ମୁତୟନ କରାଯିବ । ଏଥିରେ ଏଟିଏସ, ଆଇଆରବି, ଆରଏପି, ଜିଲ୍ଲା ପୋଲିସ ଏବଂ ମହିଳା ପୋଲିସ ଫୋର୍ସ ଅନ୍ତର୍ଭୁକ୍ତ । ଏଥି ସହିତ ଛଅ ଜଣ ଆଇପିଏସ, ୧୫ ଜଣ ଡିଏସପି ଏବଂ ୩୦ରୁ ଅଧିକ ଥାନା ଅଧିକାରୀଙ୍କୁ ପୃଥକ୍ ଭାବରେ ମୁତୟନ କରାଯାଉଛି । ଷ୍ଟାଡିୟମ ଭିତରେ ଏବଂ ବାହାରେ ଏକ ଅଗ୍ନିଶମ ବାହିନୀ ଏବଂ ୱାଟର କେନନ ଟିମ୍ ମୁତୟନ କରାଯିବ ।
ଅନ୍ୟପକ୍ଷରେ, ଖେଳାଳିମାନେ ରହୁଥିବା ହୋଟେଲ ରାଡିସନ ବ୍ଲୁରେ ଏକ ପୃଥକ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ବରିଷ୍ଠ ଅଧିକାରୀମାନେ ହୋଟେଲ ଏବଂ ଷ୍ଟାଡିୟମର ନିରନ୍ତର ଯାଂଚ୍ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
