
ନୂଆଦିଲ୍ଲୀ, 25 ନଭେମ୍ବର (ହି.ସ.) ରାଜସ୍ଥାନରେ ଆଜି ବିଧାନସଭା ନିର୍ବାଚନ । ଏଥିପାଇଁ ସମସ୍ତ ଭୋଟରଙ୍କୁ ମତଦାନ ସାବ୍ୟବସ୍ତ କରିବାକୁ ନିବେଦନ କରିଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟିଂ । ସମସ୍ତ ମତଦାତା ନିଜ ନିଜର ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରୁଛି । ଏହି ଅବସରରେ ପ୍ରଥମ ଥର ଭୋଟ ଦେଉଥିବା ରାଜ୍ୟର ଯୁବପିଢିଙ୍କୁ ଅନେକ ଶୁଭକାମନା ଜଣାଉଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
