ଭୁବନେଶ୍ୱର, 3 ଡିସେମ୍ବର (ହି.ସ.)- ମେଜର ଧ୍ୟାନଚାନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୁଣ୍ୟତିଥିରେ
ବିନମ୍ର ଶ୍ରଦ୍ଧାଞ୍ଜଳି । ତାଙ୍କ ଅଦ୍ଭୁତ କୌଶଳ ଆଜିବି ଯୁବ ସମାଜକୁ ନୂଆ ସ୍ଵପ୍ନ, ନୂଆ ଲକ୍ଷ୍ୟ ଓ ନୂଆ ସାଧନା ପାଇଁ ପ୍ରୋତ୍ସାହିତ କରୁଛି ।
କ୍ରୀଡା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
