ନୂଆଦିଲ୍ଲୀ, 5 ଡିସେମ୍ବର (ହି.ସ.) ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଶ୍ୱାସକ୍ରିୟାରେ ବିଷ ଗ୍ରହଣ କରୁଛନ୍ତି ଦିଲ୍ଲୀବାସୀ । ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଆଜି ବି କୌଣସି ସୁଧାର ଆସିନାହିଁ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଶ୍ୱାସରୋଗୀ । ଆଜି ବି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ବହୁତ ଖରାପ ଶ୍ରେଣୀରେ ରହିଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଆନନ୍ଦ ବିହାରରେ ଏକ୍ୟୁଆଇ 340, ଅଶୋକ ବିହାରରେ 315, ଆଇଟିଓରେ 307, ଜାହାଙ୍ଗିରପୁରୀରେ 332 ରେକର୍ଡ ହୋଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହି ଶ୍ରେଣୀର ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ଅଟେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
