ଲକ୍ଷ୍ନୌ, 20 ଜୁଲାଇ (ହି.ସ.)-ଉତ୍ତର
ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ପବିତ୍ର ଶ୍ରାବଣ ମାସରେ ଗାଜିଆବାଦ
ଜିଲ୍ଲାରେ ଅବସ୍ଥିତ ଶ୍ରୀ ଦୁଧେଶ୍ୱରନାଥ ମହାଦେବ ମଠ ମନ୍ଦିରରେ ବିଧି-ବିଧାନର ସହିତ ଦର୍ଶନ
ପୂଜନ କରି ସମ୍ପୂର୍ଣ୍ଣ ସୃଷ୍ଟିର କଲ୍ୟାଣ ପାଇଁ ମଙ୍ଗଳକାମନା କରିଛନ୍ତି । ଏହି ଅବସରରେ
ଶ୍ରୀପଞ୍ଚଦଶନାମ ଜୁନା ଅଖାଡ଼ାର ମୁଖପାତ୍ର ମହନ୍ତ ନାରାୟଣ ଗିରି ଉପସ୍ଥିତ ଥିଲେ। ଉଲ୍ଲେଖନୀୟ
ଯେ,
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦିଲ୍ଲୀ ଗସ୍ତରେ ଥିଲେ।
ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ
ସାକ୍ଷାତ କରିଥିଲେ। ଦିଲ୍ଲୀ ଗସ୍ତର ଦ୍ୱିତୀୟ ଦିନ, ସେ ଗାଜିଆବାଦ ସ୍ଥିତ ଶ୍ରୀ ଦୁଧେଶ୍ୱରନାଥ ମହାଦେବ ମନ୍ଦିରରେ ପହଞ୍ଚି
ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ସେ କାଉଡିଆ ଶିବଭକ୍ତମାନଙ୍କ ଉପରେ ପୁଷ୍ପ ବୃଷ୍ଟି ମଧ୍ୟ
କରିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
