ପୁଞ୍ଛ, 22 ଡିସେମ୍ବର (ହି.ସ.) ଆତଙ୍କବାଦୀ ଆକ୍ରମଣରେ ସେନାର 5ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଏହାର ଦିନ ପରେ ଶୁକ୍ରବାର ସକାଳୁ ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାର ବବାଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରାଉ କରି ତଲାସୀ ଅଭିଯାନକୁ ଜୋରଦାର କରିଛନ୍ତି । ରାତି ସାରା ଅଭିଯାନ ପରେ ସକାଳେ ମଧ୍ୟ ବ୍ୟାପକ ଭାବେ ଘେରାବନ୍ଦୀ କରାଯାଇ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି । ଆକାଶ ମାର୍ଗରେ ବି ନଜର ରଖାଯାଇଛି ।
ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଗୁରୁବାର ଦ୍ୱିପ୍ରହର ସମୟରେ ସେନାର ଦୁଇଟି ଗାଡି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସନ୍ଧାନୀ କୁକୁରକୁ ମଧ୍ୟ ଅଭିଯାନରେ ବ୍ୟବହାର କରାଯାଇଛି । ଅତିରିକ୍ତ ସୈନିକ ମଧ୍ୟ ତଲାସୀ ଅଭିଯାନରେ ସାମିଲ ହୋଇଛନ୍ତି । ଡେରା କି ଗଳି ରୋଡକୁ ମଧ୍ୟ ଯାତାୟତ ପାଇଁ ବନ୍ଦ କରିଦିଆଯାଇଛି । ସେନା ଓ ପୋଲିସର ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
