ନୂଆଦିଲ୍ଲୀ, 4 ଡିସେମ୍ବର (ହି.ସ.)- ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ୍ ଏରିଗେସି ବୁଧବାର
ପୂର୍ବ ବିଶ୍ୱଚାମ୍ପିୟନ୍ ବିଶ୍ୱନାଥନ୍ ଆନନ୍ଦଙ୍କୁ ଫାଇନାଲ୍ରେ ପରାଜିତ କରି ଜେରୁଜେଲମ
ମାଷ୍ଟର୍ସ 2025 ଟାଇଟେଲ ଜିତିଛନ୍ତି ।
ରାପିଡ୍ ପର୍ଯ୍ୟାୟର ପ୍ରଥମ ଦୁଇଟି ଖେଳ ଡ୍ର ହେବା ପରେ, ଏରିଗେସି ପ୍ରଥମ
ବ୍ଲିଟ୍ଜ ଖେଳରେ ସଫେଦ ଗୁଟିରେ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲେ। ଦ୍ୱିତୀୟ ବ୍ଲିଟ୍ଜ ଖେଳରେ
ମଧ୍ୟ ସେ ଭଲ ସ୍ଥିତିରେ ଥିଲେ, କିନ୍ତୁ ସୁରକ୍ଷିତ ଡ୍ର ଗ୍ରହଣ କରି ଟାଇଟେଲ
ସୁନିଶ୍ଚିତ କରିଛନ୍ତି।
22 ବର୍ଷର ଏରିଗେସିଙ୍କୁ ଏହି ଟାଇଟେଲ ବିଜୟ ସହ 55,000 ଆମେରିକୀୟ
ଡଲାର ପୁରସ୍କାର ରାଶି ମିଳିଛି। ଫାଇନାଲରେ ପହଞ୍ଚିବା ପାଇଁ ଏରିଗେସି ସେମିଫାଇନାଲ୍ରେ ରୁଷୀୟ
ଖେଳାଳି ପିଟର୍ ସ୍ୱିଡ୍ଲର୍ଙ୍କୁ ପରାଜିତ କରିଥିଲେ। ସେହିପରି, ଆନନ୍ଦ ଅନ୍ୟ
ସେମିଫାଇନାଲ୍ରେ ଇଆନ୍ ନେପୋମିଆନ୍ଚିଙ୍କୁ ହରାଇଥିଲେ। ଉଭୟ ଭାରତୀୟ ଖେଳାଳି ନିଜ-ନିଜ
ସେମିଫାଇନାଲ୍ର ଦ୍ୱିତୀୟ ରାପିଡ୍ ଖେଳରେ ବିଜୟ ହାସଲ କରିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
