
ନୂଆଦିଲ୍ଲୀ, 26 ଅକ୍ଟୋବର (ହି.ସ.)- ଛଠ ପୂଜାର ‘ଖରନା’ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣମାନଙ୍କୁ
ମହାପର୍ବ ଛଠ ପୂଜାର ‘ଖରନା’
ଅବସରରେ ଅସୀମ ଶୁଭେଚ୍ଛା। ସମସ୍ତ ବ୍ରତୀଙ୍କୁ ସାଦର ନମନ! ଶ୍ରଦ୍ଧା ଓ
ସଂଯମର ପ୍ରତୀକ ଏହି ବିତ୍ର ଅବସରରେ ଗୁଡ଼ରୁ ପ୍ରସ୍ତୁତ ଖିର ସହିତ ସାତ୍ତ୍ୱିକ ପ୍ରସାଦ ଗ୍ରହଣ
କରିବାର ପରମ୍ପରା ରହିଛି। ମୋର ଏହି କାମନା ଯେ, ଏହି ଅନୁଷ୍ଠାନରେ ଛଠି ମାଆ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
