ନୂଆଦିଲ୍ଲୀ, ୨୨ ଜାନୁଆରୀ (ହି.ସ.)- ଛଅ ଥର ଏସୀୟ ଚମ୍ପିଅପସିପ୍ ପଦକ ବିଜେତା ଶିବ ଥାପ୍ପା ଏବଂ ୨୦୨୨ ରାଷ୍ଟ୍ରମଣ୍ଡଳ ଖେଳର କାଂସ୍ୟ ପଦକ ବିଜେତା ଜସ୍ମିନ ବିଶ୍ଵ କ୍ଵାଲିଫିକେସନ ଟୁର୍ଣ୍ଣାମେଂଟରେ ଭାରତୀୟ ଚ୍ୟାଲେଞ୍ଜ ର ନେତୃତ୍ଵ ନେବେ । ବକ୍ସିଂ ଫେଡେରେସନ ଅଫ୍ ଇଣ୍ଡିଆ (ବିଏଫଆଇ) ସୋମବାର ପ୍ୟାରିସ୍ ଅଲମ୍ପିକ ଗେମ୍ସ ୨୦୨୪ ପୂର୍ବରୁ ବିଶ୍ୱ କ୍ୱାଲିଫିକେସନ ଟୁର୍ଣ୍ଣାମେଂଟ ପାଇଁ ୯ ସଦସ୍ୟ ବିଶିଷ୍ଟ ଟିମ୍ ର ଘୋଷଣା କରିଛନ୍ତି ।
ବିଶ୍ଵ କ୍ଵାଲିଫିକେସନ ଟୁର୍ଣ୍ଣାମେଂଟ ଫେବୃଆରୀ ୨୯ ତାରିଖରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ଇଟାଲିର ବଷ୍ଟୋ ଅର୍ସିଜିୟୋରେ ଅନୁଷ୍ଠିତ ହେବାକୁ ଯାଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଶିବ ଥାପ୍ପା (୬୩.୫ କେଜି) ଏବଂ ଜସ୍ମିନ (୬୦ କେଜି) ବର୍ଗରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଯୁବ ବିଶ୍ଵ ଚମ୍ପିଅନ୍ ଅଙ୍କୁଶିତା ବୋରୋ (୬୬ କେଜି), ବର୍ତମାନର ରାଷ୍ଟ୍ରୀୟ ଚମ୍ପିଅନ ଲକ୍ଷ୍ୟ ଚାହର (୮୦ କେଜି), ସଞ୍ଜିତ କୁମାର (୯୨ କେଜି), ୨୦୨୨ ଏସୀୟ କ୍ରୀଡ଼ାର କାଂସ୍ୟ ପଦକ ବିଜେତା ନରେନ୍ଦ୍ର ବେରବାଲ (୯୨ କେଜି), ୨୦୨୩ ବିଶ୍ଵ ଚମ୍ପିଅନସିପ୍ ର କାଂସ୍ୟ ପଦକ ବିଜେତା ମହମ୍ମଦ ହୁସାମୁଦ୍ଦିନ (୫୭ କେଜି), ଦୀପକ ଭୋରିୟା (୫୧ କେଜି) ଏବଂ ନିଶାନ୍ତ ଦେବ (୭୧ କେଜି) ମଧ୍ୟ ନିଜ ନିଜ ବର୍ଗରେ ପ୍ୟାରିସ୍ ୨୦୨୪ କୋଟା ପାଇଁ ଲଢିବେ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
