ଜୟପୁର, ୨୨ ଜାନୁଆରୀ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁନ୍ଦୁରା ଥାନା ଲାଛନାଗୁଡା ଗ୍ରାମର ନବିନ ବିଷୋୟୀ (୩୫)।
ଜୟପୁର ଅବକାରି ବିଭାଗର ସୂଚନା ଅନୁଯାୟୀ, କୁନ୍ଦୁରା ଥାନା ଲାଛନାଗୁଡା ଗ୍ରାମର ନବିନ ବିଷୋୟୀ (୩୫) ଏକ ବାଇକ ଯୋଗେ ଦେଶି ମଦ ଧରି ଚାଲାଣ କରୁଥିବା ସୂଚନା ପାଇ ଜୟପୁର ସଦର ଥାନା ଅନ୍ତର୍ଗତ ଘିଉରି ଗ୍ରାମରେ ରାସ୍ତାରେ ଚଢଉ କରିଥିଲା । ଚଢଉ କରି ୮୨ ଲିଟର ଦେଶି ମଦ ଓ ବାଇକ କୁ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଓଆଇସି ନିଳାଦ୍ରୀ ବିହାରି ମିଶ୍ର ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପବନ/ପ୍ରଦୀପ୍ତ/ସମନ୍ୱୟ
