କଲିକତା, ୧୬ ଜାନୁଆରୀ (ହି.ସ.) – ଅଯୋଧ୍ୟା ରାମ ମନ୍ଦିରରେ ଆସନ୍ତା ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ମିଡ଼ିଆ ଆଗରେ ସେ କହିଛନ୍ତି ଯେ, ସେହିଦିନ କଲିକତାରେ ସଦ୍ଭାବନା ରାଲି ବାହାରିବ । ସେହି ରାଲିରେ ସେ ନିଜେ ମଧ୍ୟ ସାମିଲ ହେବେ । ମମତା କହିଛନ୍ତି ଯେ, କଲିକତାର ସବୁ ଧର୍ମର ଲୋକଙ୍କ ସହିତ ଏକ ସଦ୍ଭାବନା ରାଲି ର ନେତୃତ୍ୱ ନେବେ ।
ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ମୁଖ୍ୟ ବାନାର୍ଜୀ କହିଛନ୍ତି ଯେ, କାଳିଘାଟ ମନ୍ଦିରର ଦେବୀ କାଳୀଙ୍କୁ ପୂଜାଅର୍ଚ୍ଚନା କରିବା ପରେ ଦକ୍ଷିଣ କଲିକତାର ହାଜରା ଛକରୁ ଆରମ୍ଭ କରିବେ । ସେ ରାଜ୍ୟ ସଚିବାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ୨୨ ଜାନୁଆରୀରେ ରେ ସେ କାଳିଘାଟ ମନ୍ଦିର ଆସିବେ ଏବଂ ପୂଜା କରିବେ । ପୁଣି ସେ ସବୁ ଧର୍ମର ଲୋକଙ୍କ ସହିତ ଏକ ସଦ୍ଭାବନା ରାଲିରେ ଭାଗ ନେବେ । ଅନ୍ୟ କୌଣସି କାର୍ଯ୍ୟକ୍ରମ ସହିତ ଏହାର ସମ୍ପର୍କ ନାହିଁ ।
ହିନ୍ଦୁସ୍ଥାନ ସମାଚାର/ଭାନୁ/ସମନ୍ୱୟ
